ଇରାନରେ ବିସ୍ଫୋରଣ: ୧୩ ଜଣ ମୃତ

ତେହରାନ,ଏଜେନ୍ସି: ଇରାନର ଉତ୍ତର ତେହରାନର ଏକ ଘରୋଇ କ୍ଲିନିକରେ ବିସ୍ଫୋରଣ ଘଟି ୧୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜଧାନୀର ଏକ ମେଡିକାଲ କ୍ଲିନିକରେ ମଙ୍ଗଳବାର ରାତିରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ୧୦ ଜଣ ପୁରୁଷ ଓ ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି।

ବିସ୍ଫୋରଣ ସମ୍ପର୍କିତ ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହି ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳର କେତେକ କୋଠାରେ ଫାଟ ସୃଷ୍ଟି ହୋଇଛି। ବିସ୍ଫୋରଣ ସମୟରେ କ୍ଲିନିକରେ ୨୫ ଜଣ କର୍ମଚାରୀ ଥିଲେ। ସର୍ଜରୀ ଓ ମେଡିକାଲ ଯାଞ୍ଚ କାମ ଚାଲିଥିଲା।