ବରଗଡ଼ରୁ ପୁଣି ୧୩ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୪୨୬କୁ ବୃଦ୍ଧି

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ପୁଣି ୧୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୬ରେ ପହଞ୍ଚିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୱାର୍ଡ ନମ୍ବର ୧୬ରୁ ୪ଜଣ, କୁଲିପଡ଼ାରୁ ୨ ଜଣ, କଟାପାଲି ଅବରୋଧ ଅଞ୍ଚଳ, ବରଗଡ଼ ପୌରାଞ୍ଚଳର ଭାରତୀ ନଗର ଓ ୱାର୍ଡ ନମ୍ବର ୭ରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ପଦ୍ମପୁର ସବଜେଲର ଜଣେ ଅନ୍ତେବାସୀଙ୍କ ସମେତ ଜେଲ କ୍ୟାମ୍ପସର ୩ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଜେଲ ଅନ୍ତେବାସୀ ଜଣକ ପଦ୍ମପୁର ସବଜେଲରେ ଥିବା ସଂଗରୋଧ ସେଲରେ ରହି ଚିକିତ୍ସିତ ହେଉଥିବାବେଳେ ଅନ୍ୟ ସମସ୍ତଙ୍କୁ ଚିକିତ୍ସା ପାଇଁ ବରଗଡ଼ କୋଭିଡ ହସ୍ପିିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଅନ୍ୟପଟେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ଅଗଷ୍ଟ ୧ତାରିଖରୁ ୩ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି। ଆଜି ସଟଡାଉନର ପ୍ରଥମ ଦିନରେ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ସମସ୍ତ ଦୋକାନ ବଜାର ତଥା ଯାନବାହାନ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି।