କାଲି ଭାରତ-ଚୀନ ମଧ୍ୟରେ ଦ୍ୱାଦଶ ରାଉଣ୍ଡ ବୈଠକ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ଜାରି ରହିଥିବା ସୀମା ବିବାଦ ଗତ ବର୍ଷ ମେ’ ମାସରୁ ଆରମ୍ଭ ହୋଇଥିଲା। କିନ୍ତୁ ଏବେ ବି ଉଭୟ ପକ୍ଷରୁ ମୁଖ୍ୟ ଚେକପଏଣ୍ଟରେ ସୈନିକ ନିଯୁକ୍ତ ଅଛନ୍ତି। ଏଭଳି ସ୍ଥିତିରେ ଭାରତ ଓ ଚୀନ ମଧ୍ୟରେ ଆସନ୍ତାକାଲି କମାଣ୍ଡରସ୍ତରୀୟ ବୈଠକ ସକାଳ ସାଢ଼େ ୧୦ଟାରେ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ହଟ ସ୍ପ୍ରିଙ୍ଗସ ଓ ଗୋଗରା ହାଇଟ୍ସରୁ ସୈନିକଙ୍କୁ ଫେରାଇ ଆଣିବାକୁ ନେଇ ଚର୍ଚ୍ଚା ହେବ।

ସୂଚନାଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ଥିବା ଏଲଏସି ବିବାଦକୁ ଦୂର କରିବା ପାଇଁ ଲଗାତାର କୂଟନୈତିକ ଓ ସୈନ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଫଳରେ କିଛି ଜାଗାରୁ ସୈନିକ ଫେରି ଆସିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ହଟ ସ୍ପ୍ରିଙ୍ଗସ ଓ ଗୋଗରା ହାଇଟ୍ସକୁ ନେଇ ସହମତି ହୋଇପାରି ନାହିଁ।