ଦେଶରେ ଚିହ୍ନଟ ହେଲେ ୧୨,୮୮୧ ନୂଆ କରୋନା ସଂକ୍ରମିତ, ୧୦୧ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ପୁଣି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରୁ ୧୨,୮୮୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୧ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଦେଶରେ କରୋନାରୁ ୧୧,୯୮୭ ଜଣ ସୁସ୍ଥ ହୋଇଛନ୍ତି।

ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୯ ଲକ୍ଷ ୫୦ ହଜାର ୨୦୧ରେ ପହଞ୍ଚିଛି। ସେଥିରୁ ୧ କୋଟି ୬ ଲକ୍ଷ ୫୬ ହଜାର ୮୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧ ଲକ୍ଷ ୫୬ ହଜାର ୧୪ ଜଣଙ୍କ ମୃତ୍ୟୁ ହୋଇଛି ଓ ୧ ଲକ୍ଷ ୩୭ ହଜାର ୩୪୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ଦେଶରେ ୯୪ ଲକ୍ଷ ୨୨ ହଜାର ୨୨୮ ଜଣ କରୋନା ଟିକା ନେଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।