ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ; ମୋଟ ସୁସ୍ଥ ସଂଖ୍ୟ ୨,୪୭୪

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୧୨୦ ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ୩୦ ଜଣ ଗଞ୍ଜାମରୁ, ୧୯ ଜଣ ଖୋର୍ଦ୍ଧାରୁ, ୧୪ ଜଣ ବାଲେଶ୍ୱରରୁ, ୧୨ ଜଣ ବଲାଙ୍ଗିରରୁ, ୯ ଜଣ ଢ଼େଙ୍କାନାଳରୁ, ୬ ଜଣ ଅନୁଗୁଳରୁ, ୫ ଜଣ କେନ୍ଦୁଝରରୁ ସୁସ୍ଥ ହୋଇଛନ୍ତି। ସେହିପରି ନୟାଗଡ଼ ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ, ଜଗତସିଂହପୁର ଓ ପୁରୀରୁ ୪ ଜଣ ଲେଖାଏଁ ଏବଂ ଦେବଗଡ଼, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ରାଜ୍ୟରେ ମୋଟ ସୁସ୍ଥ୍ୟ ସଂଖ୍ୟା ୨୪୭୪ରେ ପହଞ୍ଚିଥିବା ବେଳେ ୧୦୧୧ ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ଆଜି ସକାଳେ ରାଜ୍ୟରେ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ଜଣଙ୍କର ମୃତ୍ୟୁ ହେଇଥିବା ଜଣାପଡ଼ିଥିଲା।