ଝାରସୁଗୁଡା : ମଦ୍ୟପ ବାପାର ନିର୍ୟ୍ୟାତନା ଅସହ୍ୟ ହୋଇପଡ଼ିଛି। ଶେଷରେ ୧୨ ବର୍ଷର ଝିଅ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛି। ଝାରସୁଗୁଡ଼ା ଜି୍ଲ୍ଲା ପୌରାଞ୍ଚଳର ଅନ୍ତର୍ଗତ ଝରିଆନାଲ ଠାରେ ମଙ୍ଗଳବାର ଏହି ଅଭାବନୀୟ ଅଘଟଣ ଘଟିଛି । ବାପା ନିଶାସକ୍ତ ଅବସ୍ଥାରେ ଗାଳି ଦେବାରୁ ତାହା ସହ୍ୟ କରି ନ ପାରି ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବାପା ଝିଅକୁ ଗାଳି ଦେଇ ନିଜ କାମ କରିବାକୁ ପଳେଇବା ପରେ ମା’ ମଧ୍ୟ କାମ କରିବାକୁ ପଳାଇଥିଲେ। ଘରେ ଏକୂଟିଆ ରହିବା ସୁଯୋଗ ପାଇ ଝିଅ ଅନିତା ଆତ୍ମହତ୍ୟା କରିଛି। ଏହି ଖବର ଜଣା ପଡିବା ପରେ ବିଟିଏମ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।