ନାଗରିକତା ସଂଶୋଧନ ଆଇନ ବିରୋଧରେ ପଶ୍ଚିମବଙ୍ଗରେ ବିକ୍ଷୋଭ, ୧୨ଟି ଟ୍ରେନ୍ ବାତିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନାଗରିକତା (ସଂଶୋଧନ) ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଏହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ତେବେ ଦକ୍ଷିଣପୂର୍ବ ରେଳବାଇ ଅନ୍ତର୍ଗତ ହାଓଡ଼ା-ଖଡ଼ଗପୁର ରେଳବାଇ ସେକ୍ସନ୍‌ର ବିଭିନ୍ନ ରେଳବାଇ ଷ୍ଟେସନ୍‌ରେ ବିକ୍ଷୋଭ ଚାଲିଥିବା କାରଣରୁ ୧୨ଟି ଟ୍ରେନ୍କୁ ବାତିଲ କରାଯାଇଛି।
ସେଗୁଡ଼ିକ ସିଆଲଦାରୁ ୧୬. ୧୨ ୨୦୧୯ରେ ଆସିବାକୁ ଥିବା ୨୨୨୦୧ ସିଆଲଦା-ପୁରୀ ଏକ୍ସ୍‍ପ୍ରେସ୍‌ ବାତିଲ ହୋଇଛି।
ଲିଙ୍କ୍‌ ଟ୍ରେନ୍‌ ବାତିଲ ହୋଇଥିବା କାରଣରୁ ୧୫ ତାରିଖରେ ପୁରୀରୁ ଛାଡୁଥିବା ୨୨୮୫୯ ପୁରୀ-ଚେନ୍ନାଇ ଏକ୍ସପ୍ରେସ୍‌ ବାତିଲ କରାଯାଇଛି। ସେହିପରି କନେକ୍‌ଟିଂ ଟ୍ରେନ୍‌ ବାତିଲ ହୋଇଥିବାରୁ ୧୫ ତାରିଖରେ ପୁରୀରୁ ଛାଡୁଥିବା ୫୮୦୦୨ ପୁରୀ-ସାନ୍ତ୍ରାଗାଛି ପାସେଞ୍ଜର, ୫୮୪୦୪ ପୁରୀ-ଖୋର୍ଦ୍ଧା ପାସେଞ୍ଜର୍‌, ଚେନ୍ନାଇରୁ ୧୬ତାରିଖରେ ଛାଡ଼ିବାକୁ ଥିବା ୨୨୮୬୦ ଚେନ୍ନାଇ-ପୁରୀ ଏକ୍ସପ୍ରେସକୁ ବାତିଲ କରାଯାଇଛି।