୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ କଗନିଜାଣ୍ଟ୍!

ନୂଆଦିଲ୍ଲୀ: ବୈଷୟିକ ଆଇଟି ପ୍ରମୁଖ କମ୍ପାନୀ କଗନିଜାଣ୍ଟ୍ ଟେକ୍ନୋଲୋଜି ସଲ୍ୟୁସନ୍ସ (ସିଟିଏସ୍) ଖର୍ଚ୍ଚ କାଟ୍ କରିବା ଲାଗି ଏହାର ୧୦ ହଜାରରୁ ୧୨ ହଜାର ମଧ୍ୟମ ଠାରୁ ଆରମ୍ଭ କରି ବରିଷ୍ଠସ୍ତରର କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡ଼ିଛି। କଗନିଜାଣ୍ଟର ସିଇଓ ବ୍ରାଇଆନ୍ ହମ୍ଫ୍ରିଜ୍ ଏ ସମ୍ବନ୍ଧରେ ଘୋଷଣା କରିଛନ୍ତି। ଏଥିମଧ୍ୟରୁ ପ୍ରାୟ ୫ ହଜାର ସହଯୋଗୀଙ୍କୁ ପୁନଃପ୍ରଶିକ୍ଷଣ ଦେବା ସହିତ ପୁନଶ୍ଚ ନିଯୁକ୍ତି ଦିଆଯିବ ବୋଲି କମ୍ପାନୀ ଲକ୍ଷ୍ୟ ରଖିଛି। ଆସନ୍ତା ତ୍ରୟମାସରେ ପ୍ରାୟ ୫ରୁ ୭ ହଜାର କର୍ମଚାରୀଙ୍କୁ ସେମାନଙ୍କର ରୋଜଗାର ହରାଇବାକୁ ପଡ଼ିବ। କମ୍ପାନୀ ପକ୍ଷରୁ ଖର୍ଚ୍ଚକୁ କମାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବ୍ରାଇଆନ୍ କହିଛନ୍ତି।