ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା ଦୈନିକ କୋଭିଡ ସଂକ୍ରମଣ, ପୁଣି ୧୨ ହଜାର ପାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ଥରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା କରୋନା ମହାମାରୀ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୧୨,୩୯୦ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୬,୯୩୮ ଜଣ ଓ ଲୋକାଲରୁ ୫,୪୫୨ ଜଣ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜିଲ୍ଲା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୨୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫୩୨, ବାଲେଶ୍ୱରରୁ ୩୪୦, ବରଗଡ଼ରୁ ୫୦୭, ଭଦ୍ରକରୁ ୪୧୨, ବଲାଙ୍ଗିରରୁ ୪୬୧, ବୌଦ୍ଧରୁ ୨୨୮, କଟକରୁ ୭୧୯, ଦେବଗଡ଼ରୁ ୧୦୮, ଢ଼େଙ୍କାନାଳରୁ ୧୭୪, ଗଜପତିରୁ ୧୧୫, ଗଞ୍ଜାମରୁ ୩୮୭, ଜଗତସିଂହପୁରରୁ ୨୫୯, ଯାଜପୁରରୁ ୪୩୬, ଝାରସୁଗୁଡ଼ାରୁ ୪୧୩, କଳାହାଣ୍ଡିରୁ ୨୧୦, କନ୍ଧମାଳରୁ ୧୦୨, କେନ୍ଦ୍ରାପଡ଼ାରୁ ୧୩୭, କେନ୍ଦୁଝରରୁ ୨୦୮, କୋରାପୁଟରୁ ୨୪୬, ମାଲକାନଗିରିରୁ ୧୦୩, ମୟୂରଭଞ୍ଜରୁ ୪୮୦, ନବରଙ୍ଗପୁରରୁ ୩୬୨, ନୟାଗଡ଼ରୁ ୩୦୧, ନୂଆପଡ଼ାରୁ ୨୦୪, ପୁରୀରୁ ୪୬୯, ରାୟଗଡ଼ାରୁ ୧୮୭, ସମ୍ବଲପୁରରୁ ୬୭୭, ସୋନପୁରରୁ ୧୭୮, ସୁନ୍ଦରଗଡ଼ରୁ ୮୮୨ ଓ ଷ୍ଟେଟପୁଲରୁ ୩୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୮୮ ହଜାର ୬୮୭ରେ ପହଞ୍ଚିଛି। ସେଥିରୁ ୪ ଲକ୍ଷ ୮୨ ହଜାର ୩୪୫ ଜଣ ସୁସ୍ଥ ହୋଇଛନ୍ତି ଓ ୧ ଲକ୍ଷ ୪ ହଜାର ୧୬ ଜଣ ଚିକିତ୍ସାଧୀନ ଅଛନ୍ତି।