ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡାରେ ପୁଣି ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡା ପୌରପରିଷଦ ଅଞ୍ଚଳରୁ ୫ ଜଣ ଓ ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ଜଣେ, ଲଖନପୁର ବ୍ଲକ ଅଞ୍ଚଳରୁ ଜଣେ, କିର୍ମିରା ବ୍ଲକ ଅଞ୍ଚଳରୁ ୩ଜଣ ଏବଂ ଝାରସୁଗୁଡା ଜିଲ୍ଲାର ଅନ୍ୟ ୨ ଜଣ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫୩କୁୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୪୦୧ ଜଣ ସୁସ୍ଥ ହୋଇଥିବାବେଳେ ୧୫୧ ଜଣଙ୍କ ଚିକିତ୍ସା ଜାରି ରହିଛି ଏବଂ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।