ଦେଶରେ ଆଜି ପୁଣି ସର୍ବାଧିକ ୪୫,୭୨୦ କରୋନା ପଜିଟିଭ ଚିହ୍ନଟ; ୧,୧୨୯ ଜଣ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଭାରତରେ କୋଭିଡ-୧୯ ମାମଲା ୧୨ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଭାରତରେ ୪୫ ହଜାର ୭୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୮ ହଜାର ୬୩୫କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଆଜି ଦେଶରେ କରୋନାରେ ୧ ହଜାର ୧୨୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨୯ ହଜାର ୮୬୧ରେ ପହଞ୍ଚିଛି। ତେବେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୭ ଲକ୍ଷ ୮୨ ହଜାର ୬୦୬ ଜଣ ସୁସ୍ଥ ହୋଇଥିବାବେଳେ ୪ ଲକ୍ଷ ୨୬ ହଜାର ୧୬୭ ଜଣ ଚିକିତ୍ସିତ ହେଉଛନ୍ତି।