ଏୟାରପୋର୍ଟରୁ ୧୨ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଏୟାରପୋର୍ଟରୁ ୧୨ ଲକ୍ଷ ଟଙ୍କାର ବିଦେଶା ସିଗାରେଟ୍ ଜବତ କରାଯାଇଛି। କ୍ୱାଲାଲଲୁମ୍ପୁରରୁ ଭୁବନେଶ୍ୱରକୁ ଏହି ୪ଶହ ବିଦେଶୀ ସିଗାରେଟ୍ ଅଣାଯାଉଥିଲା। ତେବେ ଡିଆର୍ଆଇ ଯାଞ୍ଚ୍ କରିବା ସମୟରେ ଏହି ପ୍ୟାକେଟ୍ ଧରାପଡିଥିଲା। ଏଥିସହ ୨ଜଣ ଅଭିଯୁକ୍ତଙ୍କୁ ଡିଆରଆଇ ଅଟକ ରଖି ସେମାନଙ୍କୁ ଅଧିକ ପଚରାଉଚୁରା କରୁଛି। ତେବେ ଏହି ସିଗାରେଟଗୁଡିକର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।