୧୨ଘଂଟିଆ କଟକ ବନ୍ଦ

କଟକ, ଏନ୍ଏନ୍ଏସ୍ : ହିନ୍ଦୁ ସେନା ଓ କଟକ ସହର ସୁରକ୍ଷା କର୍ମୀଙ୍କ ପକ୍ଷରୁ ୪ଟି ଦାବୀ ନେଇ ବୁଧବାର ୧୨ଘଂଟିଆ କଟକ ବନ୍ଦ ଡ଼ାକରା ଦିଆଯାଇଛି।
ସୂଚନା ଅନୁଯାୟୀ, କଟକର ଗଳି କନ୍ଦିରେ ଖାଲଖମା ରାସ୍ତାର ଶୀଘ୍ର ମରାମତି, ମୋଟର ଯାନ ଆଇନ ଲାଗୁ ପାଇଁ କାଗଜ ପତ୍ର ପ୍ରସ୍ତୁତି ସୀମା ୬ମାସ ବୃଦ୍ଧି, ଉଠା ଦୋକାନୀଙ୍କୁ ତୁରନ୍ତ ଥଇଥାନ ସହ ସରକାରୀ ଅଫିସ କଟକରୁ ଭୁବନେଶ୍ୱର ସ୍ଥାନାନ୍ତରକୁ ବିରୋଧ କରି ଏହି ବନ୍ଦ ଡ଼ାକରା ଦିଆଯାଇଛି।
ବୁଧବାର ସକାଳେ ଆନ୍ଦୋଳନକାରୀମାନେ ବନ୍ଦ ପାଳନ କରୁଥିବା ବେଳେ ପୁଲିସ ସେମାନଙ୍କୁ ଉଠାଇ ନେଇ ନିଜ ହେପାଜତରେ ରଖିଛି। ବନ୍ଦ ପ୍ରଭାବ କଟକରେ ବିଶେଷ ଅନୁଭତ ହୋଇନାହିଁ। ଯାନବାହନ ଚଳାଚଳ ସ୍ୱାଭାବିକ ଖୋଲାଥିବା ବେଳେ ଦୋକାନ ବଜାର ମଧ୍ୟ ଖୋଲା ଅଛି।