ବିଧାୟକ ଓ ଏସପି ମୁହାଁମୁହିିଁ ଘଟଣା, ୧୨ଘଣ୍ଟା ତାଳରେର ବନ୍ଦ ଡାକରା

ତାଳଚେର,ଏନ୍ଏନ୍ଏସ୍: ତାଳଚେରରେ ବିଧାୟକ ଓ ଏସପିଙ୍କ ମୁହାଁମୁହିଁ ହେବା ଘଟଣାକୁ ନେଇ ବୁଧବାର ତାଳଚେର ବନ୍ଦ ଡାକରା ଦିଆଯାଇଛି। ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ସମେତ ଶତାଧିକ ଲୋକଙ୍କୁ ନ୍ୟାୟ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ତାଳଚେର ହିଙ୍ଗୁଳା କୋଇଲା ଖଣି ସମ୍ପ୍ରସାରଣ କରିବା ପାଇଁ ୭ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଅନୁଗୁଳ ଏସପି ଜଗମୋହନ ମୀନା ଓ ତାଳଚେର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଭାଲୁଗଡିଆ ଗାଁ’ଠାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଏହାକୁନେଇ ଏସପି ଓ ବିଧାୟକଙ୍କ ମଧ୍ୟରେ ବଚସା ହୋଇଥିଲା। ଏ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୀର୍ଘଦିନରୁ ସରକାରୀ ସ୍ତରରେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଥିବା ବେଳେ ସ୍ଥାନୀୟ ଲୋକେ ବିଭିନ୍ନ ଦାବି ନେଇ ବିରୋଧ କରିଛନ୍ତି। କିନ୍ତୁ ଏହି ଦାବିର କୌଣସି ପ୍ରତିକାର ନକରି ଆଜି ପ୍ରଶାସନିକ ଅଧିକାରୀମାନେ ଭାଲୁଗାଡିଆ ଅଞ୍ଚଳରୁ ପ୍ରଥମେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିବାରୁ ଅଞ୍ଚଳବାସୀ ଏହାକୁ ବିରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦଡାକରା ଦିଆଯାଇଛି।