ଜୟପୁର,ଏନ୍ଏନ୍ଏସ୍: ଗଣଦୁର୍ଷ୍କମର ଶିକାର ହୋଇଥିବା ବିବାହିତ ମହିଳାଙ୍କୁ ମିଳିଲାନି ନ୍ୟାୟ। ମହିଳାଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ଗୁରୁବାର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ।
ତେବେ ମହିଳାଙ୍କୁ ଦୁର୍ଷ୍କମ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ସୋମବାର ରାସ୍ତାରୋକ କରାଯାଇଥିଲା। ପୋଲିସ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ। ମାତ୍ର ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ପୋଲିସର ହାତ ଖାଲି ରହିଛି।
ତେବେ ତଦନ୍ତ କେତେ ବାଟ ଆଗେଇଲା ସେନେଇ ପୋଲିସ ସ୍ପଷ୍ଟ କରୁନାହାନ୍ତି। ନ୍ୟାୟ ପାଇଁ ରାସ୍ତାରୋକ କଲେ ପୋଲିସ ମାମଲା ରୁଜୁ କରୁଛି। ଗିରଫ କରାଯିବ ବୋଲି ଚେତାବନୀ ନେଇ ଗ୍ରାମବାସୀଙ୍କୁ ଭୟଭୀତ କରାଯାଉଛି।
ସେପଟେ ପୀଡିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ ବୋଲି କହିଛି। ଅଭିଯୁକ୍ତମାନେ ଦୁର୍ଦ୍ଦାନ୍ତ ଅପରାଧୀ ଅଟନ୍ତି। ସେମାନଙ୍କ ନିକଟରେ ବନ୍ଧୁକ ରହିଛି। ତେବେ ୧୨ ଘଣ୍ଟିଆ ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ ରହିଛି।