୧୨ଜଣ ମହିଳା ଟ୍ରେନ୍ ଲୁଟେରା ଗିରଫ

ଭବାନୀପାଟଣା,ଏନ୍ଏନ୍ଏସ୍: ଟ୍ରେନରେ ଚୋର ଓ ପକେଟମାରଙ୍କ ସଂଖ୍ୟା ବଢୁଥିବାରୁ ଭାରତ ସରକାର ବୁଲାବିକାଳିମାନଙ୍କୁ ଟ୍ରେନରେ ନ ଚଢ଼ିବା କଡ଼ାକଡ଼ି ନିଷ୍ପତ୍ତି ନେଇଛନ୍ତି। ତେବେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଉୱେ ଷ୍ଟେସନରେ ତପସ୍ୱିନୀ ଏକ୍ସପ୍ରେସରେ କେତେକ ବୁଲା ବିକାଳିମାନେ ଚଢ଼ି ଜିନିଷ ବିକ୍ରି କରିବା ବାହାନାରେ ଟ୍ରେନରେ ବସିଥିବା ଜଣେ ମହିଳାଯାତ୍ରୀଙ୍କ ଭ୍ୟାନିଟି ବ୍ୟାଗ୍ ଲୁଟ କରିଥିଲେ।

ଲୁଟ କରିବା ସମୟରେ ମହିଳା ଜଣଙ୍କ ଭ୍ୟାନିଟି ବ୍ୟାଗ୍ ଟାଣିନେବା ଜାଣିପାରି ଚିତ୍କାର କରିବାରୁ ଡ୍ୟୁଟି କରୁଥିବା ଆରପିଏଫ୍ ଯବାନ ଉକ୍ତ ମହିଳାଙ୍କୁ କାବୁ କରିଥିଲେ। ଅନ୍ୟ ୧୧ଜଣ ମହିଳା ଧରାପଡ଼ିଥିବା ଲୁଟେରା ମହିଳାଙ୍କ ସପକ୍ଷରେ ଆରପିଏଫ ପୁଲିସ ସହ ଯୁକ୍ତି ଆରମ୍ଭ କରିଥିଲେ। ଏହା ଦ୍ୱାରା ପୁଲିସ ସେମାନଙ୍କ ଉପରେ ସନ୍ଦେହ କରି ଥାନାକୁ ଆଣି ଟିଟିଲାଗଡ଼ ଜିଆରପିକୁ ସୂଚନା ଦେଇଥିଲେ। କେସିଙ୍ଗା ପୁଲିସ ମହିଳା ମାନଙ୍କୁ ଅଟକ ରଖି ଏହି ଗ୍ୟାଙ୍ଗଟି ରାଜସ୍ଥାନରୁ ଓଡ଼ିଶାକୁ ଲମ୍ବି ଥିବା ପ୍ରାରମ୍ଭିକ ସୂଚନା ଦେଇଛି।