କଳିଙ୍ଗ ଷ୍ଟାଡିୟମ ପାଇଁ ୧୨ କୋଟି ଖର୍ଚ୍ଚ କରିବ କେନ୍ଦ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପାଇଁ ୧୨.୦୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ୪ ବର୍ଷ ମଧ୍ୟରେ ଏ ସମ୍ପର୍କିତ ସମସ୍ତ କାର୍ଯ୍ୟ ଶେଷ ହେବ। କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିକୁ ଏହି ସୂଚନା ଦେଇଛନ୍ତି। ଏଥିସହିତ ସେ କହିଛନ୍ତି ଯେ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ରର ବିକାଶ କାର୍ଯ୍ୟକ୍ରମ ଆଧାରରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ ସମେତ ମୋଟ ୮ଟି ରାଜ୍ୟର ଗୋଟିଏ ଲେଖାଏଁ ସ୍ଥାନର ବିକଶିତ କରାଯିବ।

ଏହି ଅର୍ଥରେ ଷ୍ଟାଡିୟମର ଭିତ୍ତିଭୂମି ଉନ୍ନୟନ, କ୍ରୀଡା ବିଜ୍ଞାପନ କେନ୍ଦ୍ର ସ୍ଥାପନ, ଉତ୍କୃଷ୍ଟମାନର ପ୍ରଶିକ୍ଷକ ନିଯୁକ୍ତି, ଫିଜିଓଥେରାପିଷ୍ଟ ଓ ଅନ୍ୟାନ୍ୟ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ। ଏହି ଯୋଜନାରେ କ୍ରୀଡାବିତମାନଙ୍କୁ ମଧ୍ୟ ଉଚ୍ଚମାନର ଉପକରଣ ଯୋଗାଇ ଦିଆଯିବ। ଅଲମ୍ପିକ କ୍ରୀଡାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ରାଜ୍ୟ ଉତ୍କର୍ଷ କେନ୍ଦ୍ରରେ ସର୍ବାଧିକ ୩ଟି ପ୍ରକାର ଖେଳକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କହିଛନ୍ତି।