ରାଜ୍ୟରେ ପୁଣି ୧୨ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତ ସମସ୍ତେ ନୂଆପଡ଼ା ଜିଲ୍ଲାର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୧୧ଜଣ ମୁମ୍ବାଇ ଓ ଜଣେ ହାଇଦ୍ରାବାଦରୁ ଫେରିଥିଲେ। ଆକ୍ରାନ୍ତଙ୍କ ୧୨ଜଣଙ୍କ ମଧ୍ୟରୁ ସିନାପାଲିରୁ ୩, ଭେଡେନରୁ ୩, ଖଡିଆଳରୁ ୪, ନୂଆପଡ଼ାରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ପୁରୁଷ, କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ। ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ଏ ନେଇ ନୂଆପଡ଼ା ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜି ସକାଳେ ୧୫ଟି ଜିଲ୍ଲାରୁ ୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅନ୍ୟପଟେ ୯ଟି ଜିଲ୍ଲାରୁ ୯୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଥିଲେ। ଗୋଟେ ପଟେ ଆକ୍ରାନ୍ତ ସଂଖ୍ୟା ବଢ଼ିଚାଲିଥିଲାବେଳେ ଅନ୍ୟ ପଟେ ସେହିପରିମାଣରେ ସୁସ୍ଥ ମଧ୍ୟ ହୋଉଛନ୍ତି। ବତ୍ତର୍ମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩୫ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ୯୭୭ଜଣ ସୁସ୍ଥ ହୋଇ ଘରକୁ ପେଣିଛନ୍ତି। ଅନ୍ୟ ୭୫୧ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି।