ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୧୩ କେଜି ସୁନା ଜବତ

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲାରୁ ଝାରସୁଗୁଡା ମଧ୍ୟରେ ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ଏକ୍ସସାଇଜ ବିଭାଗ ୧୩ କେଜି ସୁନା ଜବତ କରିଛି । ଜବତ ସୁନାର ମୁଲ୍ୟ ପାଖାପାଖି ୫କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି ।

କଲିକତାରୁ ମୁମ୍ବାଇ ଯାଉଥିବା ଏହି ଏକ୍ସପ୍ରେସରେ ସୁନା ଯାଉଛି ବୋଲି ଖବରପାଇ ଏକ୍ସସାଇଜ଼ ଓ କଷ୍ଟମ ବିଭାଗ ଚଢ଼ଉ କରିଥିଲା। ୧୧୦ ଖଣ୍ଡ ସୁନା ଏହି ଚଢ଼ାଉରୁ ଜବତ ହୋଇଥିବାବେଳେ ୨ଜଣ ଅଟକ ଅଛନ୍ତି।