ରାଜଧାନୀରୁ ୧୧୮ ନୂଆ କରୋନା ପଜିଟିଭ ଚିହ୍ନଟ: କ୍ୱାରେଣ୍ଟାଇନରୁ ୭୧, ସ୍ଥାନୀୟ ୪୭ ରାଜ୍ୟ By Nitidin On Aug 6, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୧୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୭୧ ଜଣ ଓ ସ୍ଥାନୀୟ ସଂକ୍ରମଣ ୪୭ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୪୭୨କୁ ବୃଦ୍ଧି ପାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ୧୦ଜଣ କର୍ମଚାରୀ ରହିଥିବାବେଳେ କଳିଙ୍ଗ ବିହାର ନିକଟସ୍ଥ ପୁଲିସ କଲୋନୀରୁ ୭ ଓ ନୟାପଲ୍ଲୀ ନୂଆସାହିରୁ ୬ଜଣ ରହିଛନ୍ତି। ଅନ୍ୟପଟେ ଆଜି ୯୦ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରୁ ୟୁନିଟ-୧ରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବାବେଳେ ସାଲିଆ ସାହି ଓ ବାଇଆବାବା ବସ୍ତିରୁ ୭ ଲେଖାଏଁ ରହିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୪୭୨ ହୋଇଥିବାବେଳେ ୨ ହଜାର ୧୫୧ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୩୦୧ ଜଣ ଚିକିତ୍ସିତ ହେଉଛନ୍ତି। Share