ଆଜି କଟକ ସହରରୁ ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ,ଏନ୍ଏନ୍ଏସ୍: ଆଜି କଟକ ସହରରୁ ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୩୩ଜଣ ସ୍ଥାନୀୟ ରହିଥିବାବେଳେ ହୋମ କ୍ୱାରେଣ୍ଟାଇନରୁ ୪୭ ଏବଂ ସରକାରୀ ସଂଗରୋଧରୁ ୩୪ ଜଣ ଚିହ୍ନଟ ହୋଇଛନ୍ତି।

ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ସଂକ୍ରମିତଙ୍କ ସଂଖ୍ୟା ୩୨୧୮ରେ  ପହଞ୍ଚିଛି। ଏଥିରୁ ୧୯୫୮ଜଣ ସୁସ୍ଥହୋଇଛନ୍ତି।୧୯ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ୧୨୪୧ଜଣ ଚିକିତ୍ସାଧୀନ ରହିଛନ୍ତି।