କମୁଛି ସଂକ୍ରମଣ: ରାଜ୍ୟରେ ଆଜି ଆଉ ୧୧୨୯ କରୋନାରେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୧୨୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୫୭ଜଣ ଓ ସ୍ଥାନୀୟ ସଂକ୍ରମଣ ୪୭୨ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୮୦ହଜାର ୮୬୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୮୮, କଟକରୁ ୧୩୫, ଷ୍ଟେଟପୋଲରୁ ୭୬, ବାଲେଶ୍ୱରରୁ ୭୨, କେନ୍ଦ୍ରାପଡ଼ାରୁ ୬୬, ଜଗତସିଂହପୁରରୁ ୬୩, ଭଦ୍ରକରୁ ୬୦, ଅନୁଗୁଳରୁ ୫୫, ଯାଜପୁର ଓ ପୁରୀରୁ ୪୮ ଲେଖାଏଁ, ମୟୁରଭଞ୍ଜ ଓ ନୟାଗଡ଼ ଜିଲ୍ଲାରୁ ୨୦ଲେଖାଏଁ ରହିଛନ୍ତି। ସେହିପରି ଦେଓଗଡ଼ ଓ କେଉଁଝରରୁ ୮ ଲେଖାଏଁ, ଢେଙ୍କାନାଳରୁ ୭, ରାୟଗଡ଼ା ଓ ଝାରସୁଗୁଡ଼ାରୁ ୬ ଲେଖାଏଁ, କନ୍ଧମାଳ, ସୋନପୁର, ସୁନ୍ଦରଗଡ଼ ଓ ନବରଙ୍ଗପୁରରୁ ୫ଲେଖାଏଁ, ମାଲକାନଗିରି, ବଲାଙ୍ଗିର ଓ ବୌଦ୍ଧରୁ ୪ ଲେଖାଏଁ, ନୂଆପଡ଼ା ଓ ବରଗଡ଼ରୁ ୩ ଲେଖାଏଁ, ଗଞ୍ଜାମ ଓ କୋରାପୁଟରୁ ୨ଲେଖାଏଁ, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୮୦ହଜାର ୮୬୬ ହୋଇଥିବାବେଳେ ୯ଲକ୍ଷ ୬୦ହଜାର ୩୮୬ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୬,୧୦୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୪ହଜାର ୩୨୫ଜଣ ଚିକିତ୍ସିତ ହେଉଛନ୍ତି।