ରାଜ୍ୟରେ ୧୧୨ ନୂଆ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୩,୪୯୮କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୧୧୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୪୯୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୧୧୨ଜଣଙ୍କ ମଧ୍ୟରୁ ପୁରୀରୁ ସର୍ବାଧିକ ୧୫ ଜଣ, ଖୋର୍ଦ୍ଧାରୁ ୮ ଜଣ, ମୟୁରଭଞ୍ଜରୁ ୭ଜଣ, ଗଞ୍ଜାମ ଓ ଅନୁଗୁଳରୁ ୬ ଜଣ ଲେଖାଏଁ, କେଉଁଝର, ସମ୍ବଲପୁର, ବାଲେଶ୍ୱର, ବଲାଙ୍ଗିର ଓ ଗଜପତିରୁ ୫ ଜଣ ଲେଖାଏଁ, ମାଲକାନଗିରି, ବୌଦ୍ଧ, ଯାଜପୁର ଓ କଟକରୁ ୩ ଜଣ ଲେଖାଏଁ, ଝାରସୁଗୁଡ଼ା ଓ ଦେଓଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଛନ୍ତି। ଏଥିସହିତ ଏନଡିଆରଏଫ୍ ଓ ଓଡ୍ରାଫର ୨୧ ଜଣ କର୍ମଚରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବାବେଳେ ୫ଜଣ ସ୍ଥାନୀୟ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୪୯୮କୁ ବୃଦ୍ଧି ପାଇଥିବା ବେଳେ ୨ହଜାର ୩୫୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୧୯୧ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।