ରାଜ୍ୟରେ ସୁସ୍ଥ ହେଲେ ୧୧୨ କରୋନା ଆକ୍ରାନ୍ତ: ମୋଟସଂଖ୍ୟା ୧୭୧୬କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୧୧୨ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୧୭୧୬ରେ ପହଂଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ସୁସ୍ଥ ହୋଇଥିବା ୧୧୨ ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ସର୍ବାଧିକ ୩୩, ବଲାଙ୍ଗିରରୁ ୧୬, ଯାଜପୁରରୁ ୧୧, ସୁନ୍ଦରଗଡ଼ରୁ ୧୦, ଜଗତସିଂହପୁରରୁ ୮, ଗଞ୍ଜାମ ଓ ଖୋର୍ଦ୍ଧାରୁ ୭ ଲେଖାଏଁ, କଟକ ଓ ସୋନପୁରରୁ ୪ ଲେଖାଏଁ, ବାଲେଶ୍ୱର, ପୁରୀ ଓ ସମ୍ବଲପୁରରୁ ୩ ଲେଖାଏଁ, ନୟାଗଡ଼ରୁ ୨ ଓ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୮୧ ହୋଇଥିବାବେଳେ ୧୭୧୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୦୫୭ ଜଣ ଚିକିତ୍ସାଧୀନ ଥିବାବେଳେ ୮ ଜଣଙ୍କର ମୃତ୍ୟୁ ଘଟିଛି।