ରାଜଧାନୀରେ ଆଉ ୧୧୧୮ କରୋନା ପଜିଟିଭ ଚିହ୍ନଟ: ୮୫୧ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ୧୧୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୪ଜଣ ଓ ସ୍ଥାନୀୟ ସଂକ୍ରମଣ ୯୪୪ଜଣ ରହିଛନ୍ତି। ଅନ୍ୟପଟେ ୮୫୧ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ହଜାର ୨୮୧ ହୋଇଥିବାବେଳେ ୪୮ହଜାର ୨୮୬ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୯୧ଜଣଙ୍କର ମୃତ୍ୟୁ ଘଟିଛି ଓ ୧୧ହଜାର ୬୮୩ଜଣ ଚିକିତ୍ସିତ ହେଉଛନ୍ତି।