ରାଜଧାନୀରେ କରୋନା ରେକର୍ଡ, ୨୪ ଘଣ୍ଟାରେ ୧୧୧୬ ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଆଉ ୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮୨୫୬କୁ ବୃଦ୍ଧି ପାଇଛି।

ଏଥିମଧ୍ୟରୁ ୩୯୧୦୬ ଜଣ ସୁସ୍ଥହୋଇଥିବା ବେଳେ ୨୭୨ଜଣଙ୍କର ମୃତୁ ହୋଇଛି। ସେହିପରି ୮୯୪୭ ଜଣ ଚିକିତ୍ସାଧୀନ ରହିଛନ୍ତି। ଅନ୍ୟପକ୍ଷରେ ରାଜଧାନୀରୁ ୬୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।