ରାଜଧାନୀରୁ ପୁଣି ୧୧୦୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ କମିବାର ନାଁ ନେଉନି କରୋନା ସଂକ୍ରମଣ। ଲକଡାଉନ୍ ସତ୍ୱେ ମଧ୍ୟ ସଂକ୍ରମଣ ଉପରେ ବ୍ରେକ ଲାଗୁନାହିଁ। ଗତ କିଛିଦିନ ହେଲା ହଜାରେ ଉପରେ ରହୁଛୁ ସଂକ୍ରମଣ ସଂଖ୍ୟା। ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ଆଉ ୧୧୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୮୧୭୫କୁ ବୃଦ୍ଧି ପାଇଛି।

ଏଥିମଧ୍ୟରୁ ୪୬୬୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୮୭ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧୧୨୦୯ଜଣ ଚିକିତ୍ସାଧୀନ ରହିଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୭୪ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୯୩୫ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ୧୦୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।