ରୁଷିଆର ସ୍କୁଲରେ ଗୁଳିକାଣ୍ଡ, ୧୧ମୃତ

ମସ୍କୋ,ଏଜେନ୍ସି: ରୁଷିଆର ଟାଟରସ୍ତାନ ପ୍ରଦେଶର ରାଜଧାନୀ କାଜାନ୍ ସହରରେ ଥିବା ଏକ ସ୍କୁଲରେ ମଙ୍ଗଳବାର ଅଭାବନୀୟ ଘଟଣା ଘଟିଛି। ଦୁଇଜଣ ଅଜ୍ଞାତ ବନ୍ଧୁକଧାରୀ ସ୍କୁଲ ପରିସରରେ ଆଖିବୁଜା ଗୁଳି ଚଳାଇବାରୁ ଛାତ୍ର ଓ ଶିକ୍ଷକଙ୍କୁ ମିଶାଇ ୧୧ଜଣ ପ୍ରାଣ ହରାଇଛନ୍ତି। ଏହି ବନ୍ଧୁକଧାରୀ ପ୍ରଥମେ ବିସ୍ଫୋରଣ କରିବା ପରେ ଗୁଳି ଚଳାଇଥିଲେ। ଦୁଇଜଣ ଛାତ୍ର ଭୟରେ ସ୍କୁଲ ଛାତ ଉପରୁ ଡେଇଁପଡ଼ି ପ୍ରାଣ ହରାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଗୁଳି ଚଳାଇବାରୁ ଜଣେ ବନ୍ଧୁକଧାରୀ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ପୁଲିସ ହାତରେ ଧରାପଡ଼ିଛି ଏବଂ ତା’ର ବୟସ ୧୭ବର୍ଷ ବୋଲି ଜଣାପଡ଼ିଛି। ରୁଷିଆ ରାଷ୍ଟ୍ରପତି ଭ୍ଲିଦିମିର୍ ପୁଟିନ୍ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶକରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।