ହରିୟାଣାରେ ୧୧ଛାତ୍ର ଏବଂ ୮ଶିକ୍ଷକ କୋଭିଡ୍ ସଂକ୍ରମିତ

ଚଣ୍ଡୀଗଡ଼,ଏଜେନ୍ସି: କିଛିଦିନ ପୂର୍ବରୁ ରାଜ୍ୟରେ ୯ମ ଶ୍ରେଣୀ-୧୨ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଥିବା ବେଳେ ଜିନ୍ଦ୍ ସ୍କୁଲ୍ରେ ୮ଜଣ ଶିକ୍ଷକ ଏବଂ ୧୧ଜଣ ଶିକ୍ଷାର୍ଥୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ଏହି ଘଟଣା ପରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ କୋଭିଡ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କୋଭିଡ୍ ମହାମାରୀ ମଧ୍ୟରେ ବିଦ୍ୟାଳୟ ଖୋଲିବା ସମ୍ପର୍କରେ ହରିୟାଣା ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କୋଭିଡ୍ ନିୟମ ପାଳନ ପୂର୍ବକ ଶିକ୍ଷାନୁଷ୍ଠାନ ଖୋଲାଯାଇଛି। ତେବେ ସ୍କୁଲ୍କୁ ଆସିବା କୌଣସି ବିଦ୍ୟାର୍ଥୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ। ନିଜ ପିଲାଙ୍କୁ ସ୍କୁଲ୍କୁ ଛାଡ଼ିବା ନଛାଡ଼ିବା ଅଭିଭାବକଙ୍କ ଉପରେ ନିର୍ଭରେ କରୁଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।