ବ୍ରହ୍ମପୁରରୁ ପୁଣି ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନଡିଆ କତା ଭିତରେ ଚାଲାଣ ହେଉଥିଲା ଗଞ୍ଜେଇ। ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ ଏହାର ସୂଚନା ପାଇ ବ୍ରହ୍ମପୁର ଜଗନ୍ନାଥପୁର ଛକ ନିକଟରୁ ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ତେବେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୫ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି।

ଗଜପତି ଜିଲ୍ଲା ଅନ୍ତରା ଗାଁ’ରୁ ଉତ୍ତରାଖଣ୍ଡକୁ ୩ଟି ଗାଡିରେ ଗଞ୍ଜେଇ ଚାଲାଣ ହେଉଥିଲା। ଗୋଟିଏ କାର, ଗୋଟିଏ ଟାଟା ଏସି ଏବଂ ଗୋଟିଏ ଟ୍ରକରେ ଗଞ୍ଜେଇ ଚାଲାଣ ହୋଉଥିଲା। ସେହିପରି ଟ୍ରକର ଚାରିପଟେ ନଡ଼ିଆ କତା ଦେଇ ମଝିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି। ଗଞ୍ଜେଇ ଚୋରାଚାଲାଣ ବେଳେ ୩ ଜଣଙ୍କୁ ଅବକାରୀ ବିଭାଗ ଧରିଥିବା ସୂଚନା ମିଳିଛି। ୩ ଜଣଙ୍କ ମଧ୍ୟରେ ଜଣେ ଗଜପତି, ଜଣେ ଉତ୍ତରାଖଣ୍ଡ ଓ ଜଣେ ଉତ୍ତରପ୍ରଦେଶର ଥିବା ଜଣାପଡିଛି।