ଭୁବନେଶ୍ୱରରେ ୧୧ କରୋନା ପଜିଟିଭ ଚିହ୍ନଟ : ୧୦ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୧୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪ଜଣ ଓ ସ୍ଥାନୀୟ ସଂକ୍ରମଣ ୭ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୬୯କୁ ବୃଦ୍ଧି ପାଇଛି। ଅନ୍ୟପଟେ ୧୦ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୬୯ ହୋଇଥିବାବେଳେ ୩୧ ହଜାର ୩୦୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୪୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୦୦ଜଣ ଚିକିତ୍ସିତ ହେଉଛନ୍ତି।