ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୧୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୪, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୩, ଝାରସୁଗୁଡ଼ା ବ୍ଲକ ଅଞ୍ଚଳରୁ ୨, ବ୍ରଜରାଜନଗର ପୌରପରିଷଦ ଓ କିର୍ମିରା ବ୍ଲକ ଅଞ୍ଚଳରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ଇନ୍ଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ ଓ ୮ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ। ତେବେ ଗୃହ ସଙ୍ଗରୋଧରେ ଥିବା ୮ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ପୂର୍ବ ଆକ୍ରାନ୍ତଙ୍କ କଣ୍ଟାକ୍ଟ ହିଷ୍ଟ୍ରି ଯାଞ୍ଚ ପରେ ଗୃହ ସଙ୍ଗରୋଧରେ ରଖାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯୨ରେ ପହଞ୍ଚିଛି। ସେଥିମଧ୍ୟରୁ ୩୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ଜଣଙ୍କର ମୃତ୍ୟୁ ଘଟିଛି ଓ ୧୩୬ ଜଣ ଚିକିତ୍ସିତ ହେଉଛନ୍ତି।