ରାଜ୍ୟସଭାରେ ୧୧ ସାଂସଦଙ୍କୁ ବିଦାୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ନଭେମ୍ବରରେ ଅବସର ନେବାକୁ ଯାଉଥିବା ରାଜ୍ୟସଭାର ୧୧ ସାଂସଦଙ୍କୁ ବୁଧବାର ଗୃହରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସଦସ୍ୟମାନେ ହେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରି, ବିଜେପିର ନିରଜ ଶେଖର ଓ ଅରୁଣ ସିଂ, ସମାଜବାଦୀ ପାର୍ଟି ନେତା ପ୍ରଫେସର ରାମଗୋପାଳ ଯାଦବ ଓ ଜାଭେଦ୍ ଅଲ୍ଲୀ ଖାନ୍‌, କଂଗ୍ରେସର ରାଜ ବାବର ଓ ବିଏସ୍‌ପିର ବୀର ସିଂ ଆଜି ରାଜ୍ୟସଭାର ବୈଠକ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ଭେଙ୍କିୟା ନାଇଡୁ କହିଥିଲେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ଏହି ସାଂସଦମାନେ ନଭେମ୍ବର ମାସରେ ଅବସର ଗ୍ରହଣ କରିବେ। ରାଜ୍ୟସଭା କାର୍ଯ୍ୟଧାରାରେ ଏହି ସାଂସଦମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ସେମାନଙ୍କ ଅବସର ଗ୍ରହଣ ଯୋଗୁଁ ଗୃହରେ ସେମାନଙ୍କ ଅନୁପସ୍ଥିତି ଅନୁଭୂତ ହେବ ବୋଲି ନାଇଡୁ କହିଥିଲେ।