ଭାରତରେ କରୋନା ନେଲା ୧୧ ମୁଣ୍ଡ

ନୂଆଦିଲ୍ଲୀ : କରୋନା ଭୂତାଣୁ ଦ୍ୱାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ପୂର୍ବାହ୍ନ ସୁଦ୍ଧା ୫୭୪କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୫୧୨ ଜଣଙ୍କର ଚିକିତ୍ସା ଚାଲିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବିହାରରେ ଜଣେ ଏବଂ ମଧ୍ୟପ୍ରଦେଶରେ ୫ ଜଣ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ତାମିଲନାଡୁରେ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ କରୋନା ଯୋଗୁ ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା ଭାରତରେ ୧୧ରେ ପହଞ୍ଚିଛି ।