ବଜ୍ରାଘାତରେ ଚାଲିଗଲା ୧୧ ଗୋରୁଙ୍କ ଜୀବନ

କେନ୍ଦୁଝର,ଏନ୍ଏନ୍ଏସ୍: ତେଲକୋଇ ଥାନା ଅଧିନ ପିଟାନାଳି ଗ୍ରାମ ପାଖ ପିଟାନାଳି – ସାପଲାଞ୍ଜି ଜଙ୍ଗଲ ରେ ବଜ୍ରପାତ ଯୋଗୁଁ ୧୧ ଗୋରୁଙ୍କ ମୃତ୍ୟୁ ହୋଇଛି । ମୃତ ଗୋରୁ ଗୁଡିକ ସାପଲାଞ୍ଜି ଗ୍ରାମର ବୋଲି ଜଣାପଡ଼ିଛି । ରବିବାର ଦିନ ୩ ଟା ବେଳେ ବର୍ଷା ହେବା ସମୟରେ ସାପଲାଞ୍ଜି ଗ୍ରାମର ଗୋରୁ ପଲକୁ ଦୁଇ ଜଣ ଚରାଳୀ ପାଖ ଜଙ୍ଗଲରେ ଚରାଉ ଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ଫଳରେ ସାପଲାଞ୍ଜି ଗ୍ରାମର ୮ ଜଣ ଚାଷୀଙ୍କ ୧୧ଟି ଗୋରୁ ଙ୍କ ମୃତ୍ୟୁ ହୋଇଯାଇଥିଲା । ଗୋରୁ ଚରାଳୀ ଦୁଇ ଜଣ ଘଟଣା ସ୍ଥଳରୁ କିଛି ଦୂରରେ ଥିବାରୁ ଅଳ୍ପକେ ବଞ୍ଚି ଯାଇଥିଲେ । ମୃତ ଗୋରୁଙ୍କ ମଧ୍ୟରୁ ୮ ଟି ବଳଦ ଓ ୩ ଗାଈ ରହିଛନ୍ତି ।