ଭୁବନେଶ୍ୱର,ଏନ୍ଏନ୍ଏସ୍ : ଦଶମ ଶ୍ରେଣୀ ପିଲା ଅନଲାଇନରେ ପାଠ ପଢ଼ିବେ। ଏପ୍ରିଲ ୧୪ ପରେ କେନ୍ଦ୍ର ସରକାରଙ୍କ ‘ଦୀକ୍ଷା’ ଆପରେ ସେମାନେ ପାଠ ପଢ଼ିପାରିବେ। ପିଲାଙ୍କୁ ଗାଇଡ କରିବା ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୁହାଯାଇଛି। ଏଥି ସହିତ ନବମ ଶ୍ରେଣୀର ବାକିଥିବା ଗୋଟିଏ ପରୀକ୍ଷା ସମ୍ପର୍କରେ ଲକଡାଉନ ପରେ ନିଷ୍ପତ୍ତି ନିଆଯିବ। ଆଉ କେଉଁ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀକୁ ଯିବେ ସେ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।