ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ସହର ଲକଡାଉନ ହୋଇଥିବା ବେଳେ ଏଥିରେ ପିଲାମାନଙ୍କର ପାଠପଢ଼ାରେ ଅସୁବିଧା ଦେଖାଦେଇଛି। ଏ ନେଇ ଓଡ଼ିଶା ସ୍କୁଲ ଏଜୁକେସନ ଅଥୋରିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଲକଡାଉନ ପାଇଁ ପିଲାମାନେ ସ୍କୁଲ ଯାଇପାରିନଥିବାରୁ ସେମାନଙ୍କ ପାଠପଢ଼ାରେ ଅସୁବିଧା ଉପୁଜୁଛି। ଏହାକୁ ଦୃଷ୍ଟିରେ ରଖି ଦୂରଦର୍ଶନ ଜରିଆରେ ଏଣିକି ୧୦ମ ପାଠ ପଢ଼ାଯିବ। ଏହି ପରିପ୍ରେକ୍ଷୀରେ ଏଜୁସାଟ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଭିଡ଼ିଓମାନଙ୍କର ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ହୋଇଛି।
ଏପ୍ରିଲ ୨୦ରୁ ମେ’୧୨ ମଧ୍ୟରେ ୩୪ଟି ଭିଡ଼ିଓର ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ହୋଇଛି। ଏଥିସହ ଏହି ଭିଡିଓ ଦିନକୁ ୨ ଥର ଘଣ୍ଟାଏ ଲେଖାଏଁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ହେବ। ସକାଳ ୧୧ଟାରୁ ଦିନ ୧୨ଟା ଏବଂ ଦିନ ୩ଟା ୩୦ରୁ ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଭିଡିଓ ପ୍ରସାରଣ ହେବ।
ତେବେ ରାଜ୍ୟ ସରକାର ପିଲାମାନଙ୍କ ପାଠ ପଢ଼ା ପାଇଁ ଏଭଳି ଅଭିନବ ପଦକ୍ଷେପ ଅପାଣାଇଛନ୍ତି। ଫଳରେ ଏହାଦ୍ୱାରା ତାଲାବନ୍ଦ ସମୟରେ ଦଶମ ଶ୍ରେଣୀ ପିଲାମାନେ ଏହି ଭିଡିଓ ଦେଖି ପଢ଼ିପାରିବେ। ଏଥିରେ ଗଣିତ, ଇଂରାଜୀ, ଭୂଗୋଳ, ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ପାଠର ପୁନଃ ପ୍ରସାରଣ ହେବ। ଏଥିସହ ପ୍ରତି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ହେବ।