୨୪ ଘଣ୍ଟାରେ ରାଜ୍ୟରୁ ୧୦,୯୮୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ପୁଣି ୧୦ ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ରାଜ୍ୟରେ ୧୦,୯୮୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ପୁଣି ସର୍ବାଧିକ ୧୫୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୯୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୫୩୯, କଟକରୁ ୮୮୫, ଝାରସୁଗୁଡାରୁ ୩୮୦, ନୂଆପଡାରୁ ୩୭୮, ଯାଜପୁରରୁ ୩୪୯, ସମ୍ବଲପୁରରୁ ୪୫୪, ବଲାଙ୍ଗୀରରୁ ୪୨୬, ପୁରୀରୁ ୩୯୮, ନବରଙ୍ଗପୁରରୁ ୩୩୫, ବାଲେଶ୍ବରରୁ ୩୦୩, ବରଗଡରୁ ୪୩୧, ଗଞ୍ଜାମରୁ ୧୭୭, କେନ୍ଦୁଝରରୁ ୨୫୩, ବୌଦ୍ଧରୁ ୧୮୦, ଦେବଗଡରୁ ୧୨୭, ଗଜପତିରୁ ୧୧୧, ଜଗତସିଂହପୁରୁ ୨୩୨, କଳାହାଣ୍ଡିରୁ ୩୭୦, କନ୍ଧମାଳରୁ ୧୩୪, କେନ୍ଦ୍ରାପଡାରୁ ୧୪୧, କୋରାପୁଟରୁ ୧୯୫, ମୟୂରଭଞ୍ଜରୁ ୨୩୯, ନୟାଗଡରୁ ୧୯୨, ରାୟଗଡାରୁ ୨୧୨, ସୋନପୁରରୁ ୨୧୫, ଢେଙ୍କାନାଳରୁ ୧୮୯, ମାଲକାନଗିରିରୁ ୭୧, ଭଦ୍ରକରୁ ୨୩୧, ଏବଂ ଷ୍ଟେଟପୁଲରୁ ୩୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୬୫ହଜାର ୬୪୮ରେ ପହଞ୍ଚି ଥିବା ବେଳେ ୯୮ ହଜାର ୨୪୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।