ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧,୦୯୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିସହିତ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୨ ହଜାର ୮୮୯ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୬୪ ହଜାର ୫୩୧ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ କୋଭିଡ-୧୯ ପଜିଟିଭ ମାମଲା ୨୭ ଲକ୍ଷ ୬୭ ହଜାର ୨୭୪କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସେଥିମଧ୍ୟରୁ ବର୍ତ୍ତମାନ ୬ ଲକ୍ଷ ୭୬ ହଜାର ୫୧୪ ଜଣ କରୋନା ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୨୦ ଲକ୍ଷ ୩୭ ହଜାର ୮୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।