ରାଉରକେଲାରୁ ୧୦୮୦ ଲିଟର ଚୋରା ମଦ ଜବତ

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲାରୁ ଜବତ ହେଲା ବିପୁଳ ପରିମାଣର ଚୋରା ମଦ। ବିପୁଳ ପରିମାଣର ୧୦୮୦ ଲିଟର ମଦ ସହ ଗୋଟିଏ ବୋଲେରୋ ଜବତ ହୋଇଛି। ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗରରେ ବିପୁଳ ପରିମାଣର ଚୋରା ମଦ ଜବତ ହୋଇଛି । ସକାଳ ୭ଟା ସମୟରେ ରାଉରକେଲାର ଉଦିତନଗର ଓଭରବ୍ରିଜରେ ଚୋରା ମଦ ଗୋଟିଏ ବୋଲେରୋ ଗାଡ଼ି ଜବତ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଅବକାରୀ ବିଭାଗ ଚଢାଉ କରି ଘଟଣାସ୍ଥଳରୁ ପ୍ରାୟ ୧୦୮୦ ଲିଟର ମଦ ଜବତ କରିଛି ।

ବେଆଇନ ଭାବେ ବିଶ୍ରା ଥାନାଠାରୁ ପ୍ରାୟ ୩୦ କିଲୋମିଟର ଦୂରସ୍ଥ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ଅଙ୍କୁରପାଲି କାରିଛାପଲରେ ମଦ ପ୍ରସ୍ତୁତ କରାଯାଇ ରାଉରକେଲାର ବାସନ୍ତୀ କଲୋନିର ମାଲଗୋଦାମ ବସ୍ତିକୁ ଆସୁଥିଲା। ବିପୁଳ ପରିମାଣର ମଦ ସହ ବୋଲେରୋ (ନଂ- ଓଆର୍ ୧୪ କ୍ୟୁ-୭୪୯୩) ଜବତ ହେଇଛି। ମାତ୍ର ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିବା ଜଣାପଡ଼ିଛି ।