ଖତ ଖାଉଛି ୧୦୮ ଆମ୍ବୁଲାନ୍ସ, ପ୍ରଶାସନ ନିରବ

ଝରିଗାଁ, ଏନ୍ଏନ୍ଏସ୍: ଖତ ଖାଉଛି ୧୦୮ ଆମ୍ବୁଲାନ୍ସ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଝରିଗାଁ ବ୍ଲକ୍ ଅନ୍ତର୍ଗତ ଥାନା ନିକଟରେ । ଦୀର୍ଘ ୩ ବର୍ଷ ହେବ ଏଠାରେ ଏକ ଆମ୍ବୁଲାନ୍ସ ପଡିରହିଛି। ଆମ୍ବୁଲାନ୍ସ ଉପରକୁ ବହୁ ଅନାବନା ଲତା ଚଢ଼ି ଗଲାଣି। ହେଲେ ପ୍ରଶାସନର ଆଜି ପର୍ଯ୍ୟନ୍ତ ନଜର ପଡୁନାହିଁ। ସୂଚନା ଯୋଗ୍ୟ, ରାଜ୍ୟ ସରକାରଙ୍କ ସହ ସହଭାଗିତାରେ ବିଭିନ୍ନ ସଂସ୍ଥା ୧୦୮ ଆମ୍ବୁଲାନ୍ସର ଦାୟିତ୍ୱ ନେଇଥିବାବେଳେ କୌଣସି ୧୦୮ ଆମ୍ବୁଲାନ୍ସ ଖରାପ ହେଲେ ସମ୍ପୃକ୍ତ ସଂସ୍ଥା ତାହାର ମରାମତି କରିଥାଏ। ହେଲେ ଉକ୍ତ ସଂସ୍ଥା ମଧ୍ୟ ଧ୍ୟାନ ଦେଉନାହିଁ। ଫଳରେ ଆମ୍ବୁଲାନ୍ସ ବ୍ୟାଟେରୀ ଏବଂ ଯନ୍ତ୍ରପାତି ନଷ୍ଟ ହେବାରେ ଲାଗିଲାଣି।