ରାଜ୍ୟରେ ଆଉ ୧୦,୭୮୧ ସୁସ୍ଥ: ସଂଖ୍ୟା ୫ଲକ୍ଷ ଟପିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୦ହଜାର ୭୮୧ଜଣ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୫ଲକ୍ଷ ୨ହଜାର ୪୫୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୬୦୫, ସୁନ୍ଦରଗଡ଼ରୁ ୧୧୮୬, କଟକରୁ ୯୬୬, କଟକରୁ ୫୬୬, ଅନୁଗୁଳରୁ ୫୫୭, ବରଗଡ଼ରୁ ୫୩୦, ସମ୍ବଲପୁରରୁ ୪୫୮, ଝାରସୁଗୁଡ଼ାରୁ ୪୨୨, ପୁରୀରୁ ୩୬୬, ନବରଙ୍ଗପୁରରୁ ୩୪୨, ଗଞ୍ଜାମରୁ ୨୮୫, ଷ୍ଟେଟପୋଲରୁ ୨୮୨, ନୟାଗଡ଼ ଜିଲ୍ଲାରୁ ୨୬୭ଜଣ ରହିଛନ୍ତି। ସେହିପରି ବଲାଙ୍ଗିରରୁ ୨୫୮, ମୟୁରଭଞ୍ଜରୁ ୨୫୭, ନୂଆପଡ଼ାରୁ ୨୫୬, ବୌଦ୍ଧରୁ ୨୫୧, କୋରାପୁଟରୁ ୨୧୮, କେଉଁଝରରୁ ୨୦୬, ଯାଜପୁରରୁ ୧୭୭, ଢେଙ୍କାନାଳରୁ ୧୬୩, ଭଦ୍ରକରୁ ୧୫୭, ଜଗତସିଂହପୁରରୁ ୧୪୭, ସୋନପୁରରୁ ୧୪୪, କେନ୍ଦ୍ରାପଡ଼ାରୁ ୧୪୩, ରାୟଗଡ଼ାରୁ ୧୩୧, ଦେଓଗଡ଼ରୁ ୧୧୦, ବାଲେଶ୍ୱରରୁ ୯୭, ଗଜପତିରୁ ୯୧, କନ୍ଧମାଳରୁ ୭୬ ଓ ମାଲକାନଗିରି ଜିଲ୍ଲାରୁ ୬୭ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୪୯୨ ହୋଇଥିବାବେଳେ ୫ଲକ୍ଷ ୨ହଜାର ୪୫୫ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୨୯୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୯୫ହଜାର ୬୯୦ଜଣ ଚିକିତ୍ସିତ ହେଉଛନ୍ତି।