ରାଜ୍ୟରେ ଦିନକରେ ୧୦,୬୪୯ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଉ କମିବାର ନାଁ ନେଉନାହିଁ ଦୈନିକ ସଂକ୍ରମଣ। ମେ’ ମାସରେ ସଂକ୍ରମଣ ବଢିବା ନେଇ ହୋଇଥିବା ଆକଳନ ସତ ହୋଇଛି। ପ୍ରତିଦିନ ସଂକ୍ରମଣ ୧୦ ହଜାର ପାର ହେଉଛି। ଏହି ପରିପ୍ରେକ୍ଷୀରେ ପୁଣି ଗତ ୨୪ ଘଣ୍ଟାରେ ୧୦,୬୪୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେବଳ ଖୋର୍ଦ୍ଧାରୁ ସର୍ବାଧିକ ୧୫୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୫୫୭, ବାଲେଶ୍ୱରରୁ ୫୦୩, ବରଗଡରୁ ୩୯୧, ବୌଦ୍ଧରୁ ୨୩୨, ଭଦ୍ରକରୁ ୨୧୬, ବଲାଙ୍ଗିରରୁ ୧୯୮, କଟକରୁ ୯୩୦, ଦେବଗଡ଼ରୁ ୧୧୨, ଢେଙ୍କାନାଳରୁ ୨୨୦, ଗଜପତିରୁ ୧୦୪, ଗଞ୍ଜାମରୁ ୨୪୫, ଜଗତସିଂହପୁରରୁ ୨୭୮, ଯାଜପୁରରୁ ୩୦୭, ଝାରସୁଗୁଡାରୁ ୩୬୮, କଳାହାଣ୍ଡିରୁ ୨୬୩, କନ୍ଧମାଳରୁ ୬୯, କେନ୍ଦ୍ରାପଡ଼ାରୁ ୧୫୮, କୋରାପୁଟରୁ ୧୬୪, ମାଲକାନଗିରିରୁ ୪୮, ମୟୂରଭଞ୍ଜରୁ ୪୦୪, ନୟାଗଡରୁ ୩୫୭, ନୂଆପଡାରୁ ୩୩୧, ପୁରୀରୁ ୩୩୫, ରାୟଗଡାରୁ ୧୬୩, ସମ୍ବଲପୁରରୁ ୪୯୪, ସୋନପୁରରୁ ୧୯୫, ସୁନ୍ଦରଗଡ଼ରୁ ୭୭୪ ଓ ଷ୍ଟେଟପୁଲରୁ ୨୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ରେ ପହଞ୍ଚିଛି। ସେଥିରୁ ୪ ଲକ୍ଷ ୭୩ ହଜାର ୬୮୦ ଜଣ ସୁସ୍ଥ ହୋଇଛନ୍ତି ଓ ୧ ଲକ୍ଷ ୩୩୨ ଜଣ ଚିକିତ୍ସାଧୀନ ଅଛନ୍ତି।