ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୨୮ଟି ଜିଲ୍ଲାରୁ ୧୦୬୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁସାରେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୪୦୬ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୬୬୨ ଜଣ ସଂଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି।
ସବୁଦିନ ପରି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୯୪, ସୁନ୍ଦରଗଡ଼ରୁ ୧୧୨, ଗଜପତିରୁ ୮୮, କୋରାପୁଟରୁ ୬୬, କଟକରୁ ୬୧, ନୟାଗଡ଼ ଓ ବାଲେଶ୍ୱରରୁ ୨୯ ଜଣ ଲେଖାଏଁ, ନବରଙ୍ଗପୁର ଓ ବଲାଙ୍ଗିରରୁ ୨୬ ଜଣ ଲେଖାଏଁ, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୨୧, ମୟୂରଭଞ୍ଜ ଓ ଅନୁଗୁଳରୁ ୨୦ ଜଣ ଲେଖାଏଁ, କଳାହାଣ୍ଡିରୁ ୧୯, ପୁରୀରୁ ୧୬, ଝାରସୁଗୁଡ଼ା ଓ ଯାଜପୁରରୁ ୧୨ ଜଣ ଲେଖାଏଁ, ନୂଆପଡ଼ା ଓ କନ୍ଧମାଳରୁ ୧୧ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୮, ବରଗଡ଼ରୁ ୫, ଭଦ୍ରକରୁ ୪, ଜଗତସିଂହପୁରରୁ ୩, ସୋନପୁର ଓ ଦେବଗଡ଼ରୁ ୨ ଜଣ ଲେଖାଏଁ ଏବଂ ଢେଙ୍କାନାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୧୮,୦୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୦,୯୨୦ ରହିଛି।