ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ବଲାଙ୍ଗୀର ଫେରିଲେ ୧୦୫୨ ଶ୍ରମିକ

ବଲାଙ୍ଗୀର,ଏନ୍ଏନ୍ଏସ୍: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ୧୩୮୧ ଜଣ ପ୍ରବାସୀ ଶ୍ରମିକ ବଲାଙ୍ଗୀର ପହଂଚିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୦୫୨ ଜଣ ବଲାଙ୍ଗୀର ଜିଲ୍ଲାର ଶ୍ରମିକ ରହିଥିବା ସୂଚନା ମିଳିଛି। ଶ୍ରମିକମାନେ ଟ୍ରେନରୁ ଓହ୍ଲାଇବା ପରେ ସେମାନଙ୍କ ସ୍କ୍ରିନିଂ କରାଯାଇ ପଞ୍ଜିକରଣ କରାଯାଇଥିଲା । ଶ୍ରମିକମାନଙ୍କୁ ନେବା ପାଇଁ ୬୦ ରୁ ୭୦ ବସ ନିୟୋଜିତ କରାଯାଇଥିଲା। ଖାଇ ସାରିବା ପରେ ସେମାନଙ୍କୁ ବସରେ ତାଙ୍କ ଜିଲ୍ଲାକୁ ପଠାଇ ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ରେଳ ଷ୍ଟେସନ ଆଖପାଖ ଅଂଚଳରେ କଫ୍ୟୁ ଜାରି କରାଯାଇଥିଲା ।