୧୦୪ ବୋତଲ କଫ୍‌ ସିରପ୍‌ ଜବତ, ୨ ଗିରଫ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ସିର୍ତୋଲ ଗାଁର ଦୁଇଜଣ ଯୁବକ କଫ୍‌ ସିରପ୍‌ ଚାଲାଣ କରିବାକୁ ଉଦ୍ୟମ କରୁଥିବା ସମୟରେ ପୁଲିସ ହାତରେ ଧରା ପଡିଛନ୍ତି। ଯୁବକମାନେ ହେଲେ ରଞ୍ଜନ ଦାସ ଏବଂ ଗୋବିନ୍ଦ ତାଣ୍ଡି । ସେମାନଙ୍କଠାରୁ ୧୪ ଟି ସିରପ୍‌ ଜବତ କରାଯାଇଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ମଙ୍ଗଳବାର ସନ୍ଧ୍ୟାରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି। 

ସୂଚନା ଅନୁସାରେ ରଞ୍ଜନ ଓ ଗୋବିନ୍ଦ ମଙ୍ଗଳବାର ମଧ୍ୟାହ୍ନରେ ଖରିଆରରୋଡ ଅଭିମୁଖେ ଏକ ସ୍କୁଟି ସାହାଯ୍ୟରେ ଯାଉଥିଲେ। ସେଥିରେ କଫ୍‌ ସିରପ୍‌ ଭର୍ତ୍ତି ରହିଥିଲା। କୌଣସି ସୂତ୍ରରୁ ନୂଆପଡ଼ା ପୁଲିସ ଖବରପାଇ ଆଇଆଇସି ଆଦିତ୍ୟ ମହାକୁଡଙ୍କ ଏକ ଟିମ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା। ପ୍ରକାଶ ଯେ, ପଡ଼ୋଶୀ ବଲାଙ୍ଗିର, ବରଗଡ଼ ଏବଂ ଛତିଶଗଡ଼ ରାଜ୍ୟ ପଟୁ ବିପୁଳ ମାତ୍ରାରେ କପ୍ ସିରପ୍‌ ଜିଲ୍ଲାକୁ ଆସୁଛି। ହେଲେ ଡ୍ରଗ୍ସ ବିଭାଗ ଏହା ଉପରେ ଆଖି ବୁଜିଦେଉଥିବାରୁ ଏହା ଖୋଲାଖୋଲି ଭାବେ ବିକ୍ରି ଚାଲିଛି। ଏହା ଉପରେ ଜିଲ୍ଲା କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଚଢ଼ଉକୁ ବ୍ୟାପକ କରିବାକୁ ଦାବି ହେଉଛି।