ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୩୯୦ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ କିଛି ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ଟ୍ରେଣ୍ଡ୍ ୧୦ ହଜାର ଉପରେ ରହୁଛି। ଆଜି ରାଜ୍ୟରେ ୯ ହଜାର ୮୩୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ରାଜ୍ୟରେ ୧୦ ହଜାର ୩୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୦୯୯୪୨୩ ରେ ପହଁଞ୍ଚଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୬୧୦ କରୋନା ଆରୋଗ୍ୟ ଲାଭ କରିଛନ୍ତି, ଏହା ପଛକୁ ସୁନ୍ଦରଗଡରୁ ୧,୯୪୪, କଟକରୁ ୯୪୪, ବାଲେଶ୍ୱରରୁ ୫୦୯, ସମ୍ବଲପୁରରୁ ୫୦୦, ମୟୂରଭଞ୍ଜରୁ ୩୦୮, ବଲାଙ୍ଗୀରରୁ ୨୭୧ , ନୟାଗଡ଼ରୁ ୨୧୪, ରାୟଗଡାରୁ ୧୯୫, ଯାଜପୁରରୁ ୧୯୧, ସୋନପୁରରୁ ୧୫୧, ଜଗତସିଂହପୁରରୁ ୧୪୪, କାଳାହାଣ୍ଡିରୁ ୧୪୪, ନବରଙ୍ଗପୁରରୁ ୧୪୪, ଗଞ୍ଜାମରୁ ୧୩୬, କୋରାପୁଟରୁ ୧୨୮, କେଉଁଝରରୁ ୧୦୬, ୧୦୧ ଭଦ୍ରକରୁ ୧୦୦, ଅନୁଗୁଳରୁ ୧୦୦, ବରଗଡରୁ ୮୪, ମାଲକାନଗିରିରୁ ୮୨, କେନ୍ଦ୍ରାପଡାରୁ ୭୧, ଷରଦ୍ଭ ଢେଙ୍କାନାଳରୁ ୪୪, କନ୍ଧମାଳରୁ ୪୧, ଦେଓଗଡ ଜିଲ୍ଲାରୁ ୨୩ ଏବଂ ଷ୍ଟେଟ୍ ପୁଲରୁ ୫୬୭ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।