ଦିଲ୍ଲୀରେ ନୂଆ ୧୦୩୨ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,ଏଜେନ୍ସି: ଗତକାଲି ଅପେକ୍ଷା ଆଜି ଜାତୀୟ ରାଜଧାନୀରେ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧୦୩୨ଟି କରୋନାର ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୩୦୬ ଜଣ ସୁସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ ବୁଧବାର ଦିଲ୍ଲୀରେ ସଂକ୍ରମଣ ମାମଲା ୯୭୦ ଥିଲା। ଗତ ମଙ୍ଗଳବାର ଦିନ ଦିଲ୍ଲୀରେ ୧୧୧୮ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ସେହି ଦିନରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିଲା। ହେଲେ ଆଜି ଦିଲ୍ଲୀରେ କରୋନାରେ କୌଣସି ବ୍ୟକ୍ତି ପ୍ରାଣ ହରାଇନଥିବା ଜଣାପଡ଼ିଛି।

ଦୈନିକ କରୋନାର ସଂକ୍ରମଣ ମାମଲାକୁ ଲକ୍ଷ କରି ବିଶେଷଜ୍ଞମାନେ କହିଛନ୍ତି କି ଏହି ପ୍ରକ୍ରିୟା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲୁ ରହିବ। ତେଣୁ ଏହା କେବେ ସମ୍ପୂର୍ଣ୍ଣ ବନ୍ଦ ହେବ ସେନେଇ ଆକଳନ କରିବା ଭୁଲ ହେବ ବୋଲି କହିଛନ୍ତି।