ଭୋପାଳରେ ୧୦୦ ପ୍ରତିଶତ ଟିକାକରଣ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୋପାଳ,ଏଜେନ୍ସି: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ୧୦୦ ପ୍ରତିଶତ ଟିକାକରଣ ଶେଷ ହୋଇଛି। ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ରାଜଧାନୀ ବର୍ତ୍ତମାନ ସମ୍ପୂର୍ଣ୍ଣ ଟିକାକରଣ ହୋଇଯାଇଛି।

ସୂଚନା ଅନୁସାରେ ଚତୁର୍ଥ ଥର ପାଇର୍ ଟିକାକରଣର ମହା ଅଭିଯାନ ପୂରା ରାଜ୍ୟରେ ସୋମବାର ଦିନ ଆୟୋଜିତ ହୋଇଥିଲା। ଏହି ମଧ୍ୟରେ ଦିନକରେ ଭୋପାଳରେ ୪୫,୩୦୭ ଜଣଙ୍କୁ ଟିକାକରଣ କରାଯାଇଥିଲା। ଏଥିସହିତ ରାଜଧାନୀରେ ୧୯ ଲକ୍ଷ ୪୯ ହଜାର ୨୬୭ ଜଣଙ୍କୁ ଟିକାକରଣର ଲକ୍ଷ ପୂରଣ ହୋଇଛି। ଭୋପାଳକୁ ସମ୍ପୂର୍ଣ୍ଣ ଟିକାକରଣ କରିବା ଲାଗି ୨୫୫ ଦିନ ସମୟ ଲାଗିଛି।

ପ୍ରଥମ ରାଜଧାନୀ ଭାବେ ଗୋଆର ପଞ୍ଜି, ଦ୍ୱିତୀୟରେ ହିମାଚଳ ପ୍ରଦେଶର ସିମଲା, ତୃତୀୟରେ ଓଡ଼ିଶାର ଭୁବନେଶ୍ୱର ସମ୍ପୂର୍ଣ୍ଣ ଟିକାକରଣ ହୋଇଛି। ତେବେ ଭୋପାଳରେ ସମ୍ପୂର୍ଣ୍ଣ ଟିକାକରଣ ଶେଷ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଭୋପାଳ ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ରାଜ୍ୟରେ ବର୍ତ୍ତମାନ ୧୧୬ଟି ଆକ୍ଟିଭ କେସ ରହିଛି।