ପୂର୍ବାଞ୍ଚଳ କ୍ରୀଡ଼ା: ୧୦୦ମିଟର ଦୌଡ଼ରେ ନୟାଗଡ଼ର ଦୀପାଳି ପ୍ରଥମ

ନୟାଗଡ଼,ଏନ୍ଏନ୍ଏସ୍: ରାଞ୍ଚି ଠାରେ ଅନୁଷ୍ଠିତ ୩୧ତମପୂର୍ବାଞ୍ଚଳ କ୍ରୀଡ଼ାରେ ନୟାଗଡ଼ ଅଞ୍ଚଳର ଦୀପାଳି ମହାପାତ୍ର ଅଂଶଗ୍ରହଣ କରି ୧୦୦ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ୨୦ବର୍ଷରୁ କମ୍ ବୟସ୍କ ଖେଳାଳିଙ୍କ ମଧ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସଫଳତା ପାଇବାପରେ ଦୀପାଳିଜାତୀୟ ସ୍ତରରେ ଖେଳିବେ ବୋଲି ଜଣାପଡ଼ିଛି। ଦୀପାଳି ସଫଳତା ନେଇ ନୟାଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।